ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଣି ଜମି ରହିଛି। ଆଜି ମାସର ପହିଲା ହୋଇଥିବାରୁ ଆଇସିଡିଏସର ଟେକ ହୋମ ରାସନ ବଣ୍ଟା ଯିବା କଥା। ହେଲେ ଏହି ବନ୍ୟା ପ୍ଲାବିତ ଅଞ୍ଚଳରେ ମଧ୍ୟ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ବଣ୍ଟନ କରିଛନ୍ତି ଟେକ ହୋମ ରାସନ।
ରାଜ୍ୟର ଶିଶୁମାନଙ୍କୁ ପୃଷ୍ଟିସାର ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆଇସିଡିଏସ ବା ସମନ୍ବତ ଶିଶୁ ବିକାଶ ସେବା ପ୍ରଚଳନ ହୋଇଆସୁଛି। ଏଥିରେ ଆଶା କର୍ମି ଏବଂ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି ପୃଷ୍ଟିକର ଖାଦ୍ୟ ପ୍ରତି ମାସ ପହିଲାରେ ବାଣ୍ଟି ଥାଆନ୍ତି। ବନ୍ୟା ସମୟରେ ମଧ୍ୟ ସେମାନେ ପାଣିରେ ପଶି ରାସନ ବାଣ୍ଟି ଥିବାରୁ ସେମାନଙ୍କୁ ବିଭିନ୍ନ ମହଲରେ ଧନ୍ୟବାଦ ଦିଆଯାଇଛି।
Tags: ICDS ODISHA