ଭୁବନେଶ୍ବର, ସେପ୍ଟେମ୍ବର ମାସରେ ପ୍ରତି ଶନିବାର ଦିନ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ଅତ୍ୟାବଶ୍ୟକ ସେବା ଯେପରିକି ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ସେବା କାର୍ଯ୍ୟାଳୟକୁ ବାଦ ଦିଆଯାଇଛି।
ନୋଭେଲ କରୋନା ଭାଇରସକୁ ରୋକିବା ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ବିଭାଗ ଏବଂ କର୍ମଚାରୀମାନେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ୍ କର୍ମଚାରୀଙ୍କ ମଧ୍ୟରେ ଯେଦି ପଜେଟିଭ କେସ୍ ଚିହ୍ନଟ ହେଲେ, ସମ୍ପୃକ୍ତ କାର୍ଯ୍ୟାଳୟ ପ୍ରୋଟୋକଲ୍ ଅନୁସରଣ କରିବାକୁ କୁହାଯାଇଛି।
Tags: govenment office, lokseba bhawan