ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ

Published: Sep 3, 2020, 12:24 pm IST

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟ୍ଟରକୁ ଆକାଉଣ୍ଟଟିକୁ ଜନ ୱିକ ନାମକ ଜଣେ ହ୍ୟାକର ହ୍ୟାକ କରି ନେଇଛନ୍ତି । ଆକାଉଣ୍ଟକୁ ହ୍ୟାକ କରିବା ସହିତ କ୍ରିପଟୋକରେନ୍ସିରେ ପିଏମ କେୟାର୍ସ ଫଣ୍ଡକୁ ଅର୍ଥ ପଠାଇବା ପାଇଁ ଏକାଧିକ ପୋଷ୍ଟ ମଧ୍ୟ କରାଯାଇଥିଲା। ରାତି 3.15 ମିନିଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ଟର ଆକାଉଣ୍ଟଟି ହ୍ୟାକ ହୋଇଥିଲା । ଏକ କ୍ରିପଟୋ କରେନ୍ସି ଆକାଉଣ୍ଟ ନମ୍ବର ସହିତ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ଏହି ଘଟଣା ଜଣା ପଡିବା ପରେ ଟ୍ୱିଟ୍ଟର ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୂଚନାଥାଉ କି, ହ୍ୟାକିଂ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ରେ 2.5 ମିଲିୟନ ଫଲୋଅର୍ସ ଅଛନ୍ତି।

ବିଗତ କିଛି ମାସ ମଧ୍ୟରେ ବିଭିନ୍ନ ସେଲିବ୍ରିଟିଙ୍କ ଟ୍ୱିଟ୍ଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିବା ଜଣାପଡିଛି । ଜୁଲାଇ ମାସରେ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟ୍ଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ଏହା ପୂର୍ବରୁ ଏଲନ ମସ୍କ, ଆପଲ ଏବଂ ଉବରର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା ।

Related posts