24 ଘଣ୍ଟାରେ ଦେଶରେ 83 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ

Published: Sep 4, 2020, 10:38 am IST

ନୂଆଦିଲ୍ଲୀ :  ଦିନକୁ ଦିନ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା 1 ହଜାର 96ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାର 341 ଆକ୍ରାନ୍ତଚିହ୍ନଟ ହେବା ପରେ ଦେଶର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 39 ଲକ୍ଷ 36 ହଜାର 747ରେ ପହଞ୍ଚିଛି । ସେହିପରି ଦେଶର ସର୍ବମୋଟ ମୃତ୍ୟୁ ସଂଖ୍ୟା 68 ହଜାର 472ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 30 ଲକ୍ଷ 37 ହଜାର 151 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 31 ହଜାର 124 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77.15 ପ୍ରତିଶତ ଛୁଇଁଛି । ସେହିପରି ଦେଶରେ ମୃତ୍ୟୁ ହାର 1.74% ରହିଥିବାବେଳେ ସକ୍ରିୟ ଆକ୍ରାନ୍ତ ହାର 21%ରହିଛି ।

ଆଇସିଏମ୍‌ଆରଙ୍କ ସୂଚନା ମୁତାବକ ଦେଶରେ କରୋନା ମାମଲାର 54 ପ୍ରତିଶତ 18 ବର୍ଷରୁ 44 ବର୍ଷଙ୍କ ମଧ୍ୟରେ ରହିଥିବାବେଳେ ସେହିପରି 51 ପ୍ରତିଶତ ମାମଲା 60 ବର୍ଷ ବା ତର୍ଦ୍ଦୁର୍ଦ୍ଦଙ୍କ ମଧ୍ୟରେ ରହିଛି । ସେପ୍ଟେମ୍ବର ତିନି ତାରିଖ ସୁଦ୍ଧା ଦେଶରେ 4 କୋଟି 66 ଲକ୍ଷ ସାମ୍ପଲ୍‌ ଟେଷ୍ଟ ହୋଇଥିବାର ସୂଚନା ରହିଛି ।

ସେହିପରି ସର୍ବାଧିକ ଆକ୍ରାନ୍ତ ରାଜ୍ୟ ମଧ୍ୟରେ ପାଞ୍ଚୋଟି ରାଜ୍ୟ ରହିଛି । ପ୍ରଥମରେ ମହାରାଷ୍ଟ୍ର ରହିଥିବାବେଳେ ଦ୍ବିତୀୟ ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜୁରାଟ ଓ ପଞ୍ଚମରେ ପଶ୍ଚିମବଙ୍ଗ ରହିଛି । (ଏଜେନ୍ସି)

Related posts