Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି
ଆଜିର ଖବର

ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

September 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଏବେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ରହିଛି । ଦୈନିକ 500 ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜଧାନୀର କରୋନା ସ୍ଥିତିକୁ ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି କରିଛି ବିଏମ୍‌ସି । ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହୋଇଛି ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍‌ସି ପକ୍ଷରୁ ରଖାଯିବ କଡ଼ା ନଜର । 24 ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା ହୋଇଛି ।

ହୋମ୍ ଆଇସୋଲେସନ୍‌ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ ।  ଏହାସହ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା ନେଇ ଏସ୍ଓପିରେ ଉଲ୍ଲେଖ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଗଲା ସେ ନେଇ ମଧ୍ୟ ସବିଶେଷ ତଥ୍ୟ ରଖାଯିବା ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ 24 ଘଣ୍ଟିଆ ଟେଲିଫୋନ୍ ସେବା ଉପଲବ୍ଧ ରହିବ। ସେହି ଫୋନ୍ ନମ୍ବର ଦୁଇଟି ହେଲା, 1800345 0061 ଏବଂ 0674 – 24131253 । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିବାର ସୂଚନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.