ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛିା ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।
ତାଙ୍କ ପାର୍ଥିବ ଶରୀରକୁ ବିରିଡ଼ି ବ୍ଲକର ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବାଲିଆ ସ୍ଥିତ ବାସଭବନରେ ପହଞ୍ଚି ରବିନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି।
ରବୀନ୍ଦ୍ର ନାଥ ଭୋଇ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଥିଲେ। ଆସନ୍ତା ଉପ ନିର୍ବାଚନ ପାଇଁ ସେ ଟିକେଟ ଦୌଡ଼ରେ ରହିଥିଲେ। ତାଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।