Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ କଣ୍ଟ୍ରୋଲ ମଙ୍ଗ ଧରିଲେ ଯୁବ ଆଇ.ଏ.ଏସ୍‌ ବିଶାଲ ସିଂ : ଜାଣନ୍ତୁ କ’ଣ ରହିଛି ତାଙ୍କର ରଣନୀତି 
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ କଣ୍ଟ୍ରୋଲ ମଙ୍ଗ ଧରିଲେ ଯୁବ ଆଇ.ଏ.ଏସ୍‌ ବିଶାଲ ସିଂ : ଜାଣନ୍ତୁ କ’ଣ ରହିଛି ତାଙ୍କର ରଣନୀତି 

September 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତରାମ ଅଗ୍ରଓ୍ବାଲ

ଚିଲିକା :  ଖୋର୍ଦ୍ଧା ଜିଲ୍ଲା ରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ କୁ ବ୍ରେକ ଦେବା ପାଇଁ ନିକଟରେ ରାଜ୍ୟ ସରକାର ଦୁଇ ଜଣ ଯୁବ ଆଇଏଏସ୍‌ ଅଧିକାରୀ ଯେଉଁମାନେ କି ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ କୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହୋଇଥିଲେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ରୂପେ ନିଯୁକ୍ତି ଦେଇଛନ୍ତି।  ସେମାନେ ହେଲେ ଆଇ.ଏ.ଏସ୍‌ ପରୁଲ ପଟୱାରି ଏବଂ ଆଇ.ଏ.ଏସ୍‌ ବିଶାଲ ସିଂ । ପରୁଲ ପଟୱାରି ଙ୍କୁ ଭୁବନେଶ୍ୱର କୋଭିଡ ମ୍ୟାନେଜମେଣ୍ଟ ଇନ ଚାର୍ଜ ରୂପେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲପାଳ ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ ସିଂ ଙ୍କୁ ଖୋର୍ଦ୍ଧା କୋଭିଡ ମ୍ୟାନେଜମେଣ୍ଟ ଇନ ଚାର୍ଜ ରୂପେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲପାଳ ଦାଇତ୍ୱ ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢୁଥିବା କରୋନା ସଂକ୍ରମଣ କୁ ରୋକିବା ପାଇଁ ଆଜି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଆଇ.ଏ.ଏସ୍‌ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ର ସଭାଗୃହ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଦିନ ୧୦ ଘଟିକାରୁ ଆରମ୍ଭ ହୋଇ ପାଖାପାଖି ଅଢେଇ ଘଣ୍ଟା ଚାଲିଥିଲା।ଉକ୍ତ ବୈଠକରେ ଶ୍ରୀ ସିଂ ନିର୍ବାଚନମଣ୍ଡଳୀ ରେ ଥିବା ଦୁଇ ଗୋଟି ବ୍ଲକ ଏବଂ ଦୁଇ ଗୋଟି ଏନ.ଏ.ସି ରେ କୋଭିଡ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ରଣନୀତି ପ୍ରଣୟନ କରିଥିଲେ। ଖୁବ କମ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀକୁ କୋଭିଡ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଥିଲେ।

ହୋମ ଆଇସୋଲେସନକୁ ଗୁରୁତ୍ୱ ଦେବା ସହ ଏନ୍ଫୋର୍ସମେଣ୍ଟକୁ ଆହୁରି ଜୋରଦାର କରିବା ପାଇଁ ସମସ୍ତ ଅଧିକାରୀ ଙ୍କୁ ଶ୍ରୀ ସିଂ ନିର୍ଦେଶ ଦେଇଥିଲେ। କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ତ ଟ୍ରେସିଂ କୁ ଠିକ ଭାବେ କରିବା ସହ କୋଭିଡ ଟେଷ୍ଟିଙ୍ଗ ବଢେଇବାକୁ ସ୍ଵଂତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହାସହ ଯେଉଁ ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଥାଇ ପଜିଟିଭ ଚି଼ହ୍ନଟ ହେଉଛନ୍ତି ସେମାନଙ୍କୁ ତୁରନ୍ତ କୋଭିଡ କେୟାର ହୋମକୁ ସ୍ଥାନାନ୍ତରିତ କରାଯାଇ ତାଙ୍କ ବାସଭବନ ସମ୍ମୁଖରେ ପ୍ରଶାସନ ତରଫରୁ ନାଲି ଷ୍ଟିକର ଲଗାଯିବ ଏବଂ ଯେଉଁମାନେ ଲକ୍ଷଣବିହୀନ କୋଭିଡ ପଜିଟିଭ ସେମାନେ ହୋମ ଆଇସୋଲେସନ ରେ ରହିବା ସହ ସେମାନଙ୍କ ବାସଭବନ ସମ୍ମୁଖରେ ପ୍ରଶାସନ ତରଫରୁ ହଳଦିଆ ଷ୍ଟିକର ଲଗାଯିବ ବୋଲି ସୂଚନା ଦେଇଥିଲେ ।

ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ଏବଂ ସେ ସବୁକୁ ଆଜିଠାରୁ ଲାଗୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଆଜିଠାରୁ ଚିଲିକାରେ ନିୟମ ଗୁଡିକୁ ଆହୁରି କଡାକଡି ଭାବେ ଲାଗୁ କରାଯିବା ସହ ଅମାନିଆ ମାନଙ୍କ ଠୁ ମୋଟା ଅଙ୍କରେ ଅର୍ଥ ଫାଇନ ରୂପେ ଆଦାୟ ହେବ। ଏପରିକି ଅଧିକାରୀମାନଙ୍କୁ ପ୍ରତିଦିନ ଏକ ନିର୍ଦିଷ୍ଟ ସଂଖ୍ୟାର ମୋଟା ଅଙ୍କର ଫାଇନ କାଟିବାକୁ ନିର୍ଦେଶ ଦିଆଯାଇଥିବା ମଧ୍ୟ ଏକ ବିଶେଷ ସୂତ୍ରରୁ ଖବର ମିଳିଛି । ଚିଲିକା ନିର୍ବାଚନମଣ୍ଡଳୀ ରେ କରୋନା ସଂକ୍ରମଣ କୁ କମେଇବା ପାଇଁ ଯେତେ କଠୋର ପଦକ୍ଷେପ ନେବାକୁ ପଡିବ ନିଆଯିବ ଏବଂ ଏନ୍ଫୋର୍ସମେଣ୍ଟ କୁ ଆହୁରି ଦଶ ଗୁଣା ଅଧିକା କରାଯିବ ବୋଲି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସିଂ ମତ ପ୍ରକାଶ କରିଛନ୍ତି ।

ତେବେ ଯାହା ଜଣାପଡୁଛି ଆଗାମୀ ଦିନରେ ଆଇନ ଉଲଂଘନ କାରୀଙ୍କୁ ପ୍ରଶାସନ ତରଫରୁ ଆଉ ଦୟା ମାୟା ଦେଖାଯିବ ନାହିଁ, ନହେଲେ କରୋନା ଯୁଦ୍ଧ ଜିତିବା ପ୍ରଶାସନ ପକ୍ଷେ କାଠିକର ପାଠ ହୋଇପଡିବ। ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଶ୍ରୀମତୀ ସୁଷମା ବାରିକ, ବାଣପୁର ଓ ଚିଲିକା ସି.ଡ଼ି.ପି.ଓ, ବାଲୁଗାଁ ମେଡିକାଲ ଅଧିକାରୀ, ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଓ ଚିଲିକା ନୋଡାଲ ଅଧିକାରୀ ଆଦି ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.