ମହାରାଷ୍ଟ୍ର : ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ପଡୋଶରେ ରହୁଥିବା 4 ବର୍ଷ ନିରୀହ ଶିଶୁକୁ ଇଲେକ୍ଟ୍ରିକ୍ ହିଟରର ଝଟ୍କା ଦେଇଥିବାର ସୂଚନା ମିଳିଛି । ଇଲେକ୍ଟ୍ରିକ୍ ଝଟ୍କା ଖାଇବା ଫଳରେ ଶିଶୁଟି ଗୁରୁତର ହୋଇପଡିଛି । ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଆହତ ଶିଶୁଟି ହସ୍ପିଟାଲରେ ଚିକିତ୍ସା ହେଉଥିବାର ସୂଚନା ରହିଛି ।
ପୋଲିସ୍ ସୂଚନା ଅନୁସାରେ ଜିଲ୍ଲାର ସୋଗବା ସହରର ମିଲାପୁର ଅଞ୍ଚଳରେ ସୁରେଶ ଚିଂଚୋଲ୍କର ଓ ମହାଦେବ ଲାମ୍ବେ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ଏକ ପ୍ଲଟକୁ ନେଇ ଚୁକ୍ତି ହୋଇଥିଲା । ତେବେ ଚୁକ୍ତି ହେବା ପରେ 60 ବର୍ଷୀୟ ମହାଦେବ ଲାମ୍ବେଙ୍କୁ ଉକ୍ତ ପ୍ଲଟର ମୂଲ୍ୟ ଅଧିକ ହେବା ଦରକାର ବୋଲି ଭାବିଥିଲେ । ପ୍ଲଟର ଦାମ କମ୍ ମିଳିଥିବା କାରଣରୁ ରାଗରେ ରହିଥିଲେ ଅଭିଯୁକ୍ତ ମହାଦେବ ଲାମ୍ବେ । ଚାରି ବର୍ଷୀୟ ଦର୍ଶନ ଚିଞ୍ଚୋଲକର ଘରୁ ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ଶିଶୁଟିକୁ ଘରକୁ ଡାକି ଇଲେକେଟ୍ରିକ୍ ହିଟରର ଝଟ୍କା ଦେଇଥିଲେ । ଶିଶୁଟିର ଚିତ୍କାର ଶୁଣି ଶିଶୁଟିର ମା’ ପହଞ୍ଚି ଦେଖିଲେ ଅଭିଯୁକ୍ତ ଅମାନବୀୟ ଭାବେ ଶିଶୁଟିକୁ ଝଟ୍କା ଦେଉଥିଲେ । ପୀଡ଼ିତ ଶିଶୁର ପିତାଙ୍କ ଅଭିଯୋଗ କ୍ରମେ ସୋଗାବ ପୋଲିସ୍ ଧାରା 307 ଅନ୍ତର୍ଗତ ମାମଲା ରୁଜୁ ଅଭିଯୁକ୍ତକୁ ଗିରଫ କରିଛି । (ଏଜେନ୍ସି)