ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

Published: Sep 7, 2020, 2:49 pm IST

ଭୁବନେଶ୍ବର, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ଆଜି ପରଲୋକ ହୋଇଯାଇଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ହେଲେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନରେନ୍ଦ୍ର 2014 ମସିହାରେ ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ। ସେତେବେଳେ ସେହି ଆସନରେ ବିଜେଡିର ବରିଷ୍ଠ ନେତା କଳ୍ପତରୁ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା। ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନରେନ୍ଦ୍ରଙ୍କୁ ସେହି ଆସନରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲେ। ତାଙ୍କର ବିୟୋଗରେ ନବୀନ ଦୁଃଖ ପ୍ରକାଶ କରିବା ସହିତ ଦଳ ଏକ କର୍ମଠ ନେତାଙ୍କୁ ହରାଇଲା ବୋଲି କହିଛନ୍ତି।

Related posts