ଅନୁଭବଙ୍କ ଘରେ ପୋଲିସ

Published: Sep 7, 2020, 4:59 pm IST

କଟକ : କେନ୍ଦ୍ରାପଡା ସାଂସଦ ତଥା ସିନେଭିନେତା ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି । କଟକର ନନ୍ଦିସାହିରେ ରହିଥିବା ଅନୁଭବଙ୍କ ବାସଭବନରେ ପୁରୀଘାଟ ପୋଲିସ୍ ପହଞ୍ଚିଛି । ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ପାଇଁ ଆବେଦନ କରିଥିବାରୁ ପୋଲିସ ଅନୁଭବଙ୍କ ଘରେ ପହଞ୍ଚିଛି । ଉଭୟଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ବର୍ଷା ସୁରକ୍ଷା ପାଇଁ ଆବେଦନ କରିଛନ୍ତି । ବର୍ଷାଙ୍କ ଆବେଦନର ଶୁଣାଣି ଆସନ୍ତା ଅକ୍ଟୋବର 12ତାରିଖରେ ହେବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ 8 ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି  । ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି  । ଅପରପକ୍ଷରେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି ।

Related posts