ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ସାନଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଷ୍ଟୋର ହାଉସ ପାଲଟିଛି । କାହାରି ପାଦ ପଡୁନଥିବାରୁ ଏହା ଏବେ ଭୂତକୋଠି ପ୍ରାୟ ହୋଇଯାଇଛି । କୋଭିଡ୧୯ ଏବଂ ବର୍ଷା ଯୋଗୁଁ ଗ୍ରାମାଞ୍ଚଳରେ ରାସ୍ତା ଗୁଡିକ ଧୋଇ ହୋଇ ନଷ୍ଟ ହୋଇଯାଇଛି । ହେଲେ ଏଠାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକେ କାର୍ଯ୍ୟାଳୟର ଏଭଳି ଅବସ୍ଥାକୁ ଦେଖି ଦେଖି ନିରାଶ ହୋଇ ଫେରୁଛନ୍ତି । 2016 ମସିହାରେ ବ୍ୟୟବହୁଳ ରାଜକୋଷ ଅର୍ଥରେ ନିର୍ମିତ ହୋଇଥିବା ଏହି କୋଠାଟି ଉପରେ ବିଭାଗୀୟ ନିର୍ବାହୀ ଅଧିକାରୀ ଓ ସଚିବ ଦୃଷ୍ଟି ଦେଲେ ଏହି କୋଠାର ଉଦ୍ଦେଶ୍ୟ ସାକାର ହେବ ବୋଲି ଆଶା କରାଯାଉଛି ।
Tags: