ଶିବସେନାର ମୁଖ୍ୟ ମୁଖ୍ୟପାତ୍ର ହେଲେ ସଞ୍ଜୟ ରାଉତ

Published: Sep 8, 2020, 6:20 pm IST

ମୁମ୍ବାଇ : ସାଂସଦ ସଞ୍ଜୟ ରାଉତ ଏବେ ଶିବସେନା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । କଙ୍ଗନାଙ୍କ ଟ୍ୱିଟ୍‌ରେ ସବୁବେଳେ ପ୍ରତିକ୍ରିୟା ରଖୁଥିବା ଶିବସେନାର ନେତା ସଞ୍ଜୟ ରାଉତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ବି ଅଛନ୍ତି । ସଞ୍ଜୟ-କଙ୍ଗନାଙ୍କ ବୟାନବାଜି ଓ ପରେ ପରେ ଚେତାବନୀକୁ ନେଇ କଙ୍ଗନାଙ୍କ ସୁରକ୍ଷା ପାଇଁ 11 ଜଣ ଯବାନଙ୍କୁ ନିୟୋଜିତ କରାଯାଇଛି । ଶିବସେନାର ମୁଖ୍ୟପତ୍ର କାର୍ଯ୍ୟନିର୍ବାହୀ ସଂପାଦକ ଦାଇତ୍ୱରେ ଥିବା ସାଂସଦ ସଂଜୟ ରାଉତଙ୍କୁ ଚାରିଜଣିଆ ମୁଖପାତ୍ର ଟିମ୍ ର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ଦଳ । ଶ୍ରୀ ରାଉତଙ୍କ ସହ ଲୋକସଭା ସାଂସଦ ପ୍ରିୟଙ୍କା ଚତୂର୍ବେଦୀଙ୍କୁ ଶିବସେନାର ମୁଖପାତ୍ର ବାବେ ନିଯୁକ୍ତି କରିଛନ୍ତି ।

ଅପରପକ୍ଷରେ, ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ସିବିଆଇ ହାତକୁ ଯିବା ପରେ ଏହାକୁ ନେଇ ବେଶ୍‌ କ୍ଷୁବ୍ଧ ରହିଛନ୍ତି ସଞ୍ଜୟ ରାଉତ । ସୁଶାନ୍ତଙ୍କ ମାମଲାକୁ ନେଇ ବିଜେପି ରାଜନୀତି କରୁଥିବାର ଅଭିଯୋଗ କରିଛନ୍ତି ସଞ୍ଜୟ । ସେହିପରି ସେ କଙ୍ଗାନାକୁ ମଧ୍ୟ ଟାର୍ଗେଟ୍‌ କରିବା ସହ କହିଛନ୍ତି ଯେ, କେନ୍ଦ୍ରର ଇଶାରାରେ ଜାଣି ଶୁଣି ମହାରାଷ୍ଟ୍ରକୁ ବଦନାମ କରାଯିବା ପାଇଁ ପ୍ରଚେଷ୍ଟା ଚାଲିଛି ।

Related posts