ହାଇଦ୍ରାବାଦ, ସର୍ଦ୍ଦାର ଭାଲାଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ବର୍ତ୍ତମାନ ୮୦ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଗତ ୩-୪ ଦିନ ମଧ୍ୟରେ ତିରିଶ ଜଣ କର୍ମଚାରୀ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଥିଲେ। ଏହାପରେ ଗତ କିଛି ସପ୍ତାହ ମଧ୍ୟରେ ପ୍ରଭାବିତ କର୍ମଚାରୀଙ୍କ ମୋଟ ସଂଖ୍ୟା ୮୦ କୁ ବୃଦ୍ଧି ପାଇଛି।
ସେପ୍ଟେମ୍ବର ୪ ତାରିଖରେ ୨୦୧୮ ବ୍ୟାଚ୍ ର ୧୩୧ ଜଣ ପ୍ରୋବେସନାରୀ ଭାରତୀୟ ପୋଲିସ୍ ସେବା ଅଧିକାରୀଙ୍କ ପାଶ ଆଉଟ ପରେଡ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କଂନଫ୍ରେସିଂରେ ଦିଲ୍ଲୀରୁ ଭାଷଣ ପ୍ରଦାନ କରିଥିଲେ। ଏହା ଶେଷ ହେବାର ଚାରି ଦିନ ପରେ କେତେକଙ୍କ ଶରୀରରେ କୋଭିଡ19 ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଫଳରେ କୋଭିଡ19 ପରୀକ୍ଷା ପରେ ଏହା ପଜେଟିଭି ବୋଲି ଜଣାପଡିଥିଲା।
କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ପ୍ରଶାସନିକ ତଥା ରକ୍ଷଣାବେକ୍ଷଣ ବିଭାଗର କାର୍ଯ୍ୟ କରୁଛନ୍ତି। ମୁଖ୍ୟ କ୍ୟାମ୍ପସ ସମ୍ମୁଖରେ ସାଇଟ୍-ଏ ନାମକ ଅନ୍ୟ ଏକ କ୍ୟାମ୍ପସରେ ସେମାନେ ରହୁଛନ୍ତି। ଜଣେ ଅଧିକାରୀ କହିଛନ୍ତି, ସେମାନେ ସମସ୍ତେ କ୍ବାରଣ୍ଟାଇନରେ ଅଛନ୍ତି। ତେବେ କିଛି କର୍ମଚାରୀ ଛୁଟିରୁ ଫେରିବା ପରେ ସେମାନଙ୍କ ଦ୍ବାରା ଏହି ଭାଇରସ ବ୍ୟାପିଥିବା ସନ୍ଦେହ କରାଯାଉଛି।