
ଭାରତୀୟ ଭେଟେରାନ୍ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଫ୍ରାନ୍ସରେ ଅନୁଷ୍ଠିତ ୪୬୦୦୦ପାଉଣ୍ଡ ପୁରସ୍କାର ରାଶି ବିଶିଷ୍ଟ ଏଟିପି ଚ୍ୟାଲେଞ୍ଜର୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ଅଷ୍ଟ୍ରିଆର ଫିଲିପ୍ ଓସଓ୍ବାଲ୍ଡଙ୍କୁ ସାଥୀ କରି ଖେଳୁଥିବା ପେସ୍ଙ୍କୁ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସିଡ୍ର ମାନ୍ୟତା ମିଳିଥିଲା। ଏହି ଦୁଇ ଖେଳାଳି ଗୁଇଲେର୍ମୋ ଗାର୍ସିଆ ଲୋପେଜ୍ ଏବଂ ଡେଭିଡ୍ ଭେଗା ହର୍ଣ୍ଣାଣ୍ଡେଜ୍ଙ୍କ ନିକଟରୁ ୧-୬, ୬-୩ ଏବଂ ୧୦-୪ ରେ ପରାସ୍ତ ହୋଇଥିଲେ। ପ୍ରଥମ ସେଟ୍କୁ ଅତ୍ୟନ୍ତ ସହଜରେ ଜିତିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ସେଟ୍ରେ ପରାଜିତ ହୋଇ ପେସ୍ ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଲୋପେଜ୍- ହର୍ଣ୍ଣାଣ୍ଡେଜ୍ ୧୦ରୁ ୮ ବ୍ରେକ୍ ପଏଣ୍ଟ ହାସଲ କରିବା ସହିତ ସହଜ ବିଜୟ ହାସଲ କରିଥିଲେ। ଓସଓ୍ବାଲ୍ଡ ଏବଂ ପେସ୍ଙ୍କୁ ୩୧୦ ପାଉଣ୍ଡର ପୁରସ୍କାର ରାଶି ମିଳିଛି।