ଆରମ୍ଭ ହେଲା ରାଫେଲ୍‌ ରାଜ୍‌ : ଭାରତୀୟ ବାୟୁସେନାରେ ସାମିଲ ହେଲା ପାଞ୍ଚୋଟି ଶକ୍ତିଶାଳୀ ଫାଇଟର୍‌ ଜେଟ୍‌ ‘ରାଫେଲ୍‌’

Published: Sep 10, 2020, 11:09 am IST

ଅମ୍ବାଲା : ବାୟୁସେନାରେ ପାଞ୍ଚୋଟି ଶକ୍ତିଶାଳୀ ଫାଇଟର୍‌ ଜେଟ୍‌ ‘ରାଫେଲ୍‌’ ସାମିଲ୍‌ ହୋଇଛି ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସିଡିଏସ୍ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏକ ସର୍ବଧର୍ମ ପୂଜା ପରେ ଏହି ଲଢୁଆ ବିମାନକୁ ଅମ୍ବାଲା ସ୍ଥିତ ବାୟୁସେନା ବେସର ଗୋଲଡେନଏରୋ ସ୍କ୍ୱାଡନରେ ସାମିଲ କରାଯାଇଥିଲା । ଏହା ବ୍ୟତୀତ ବାୟୁସେନା ମୁଖ୍ୟ ଆର କେ ଭଦୋରିଆ ଏବଂ ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଲଢୁଆ ଯୁଦ୍ଧବିମାନ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବା ନେଇ ହରିୟାଣା ଏୟାରବେସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ୍‌ ଭାରତକୁ ଆସିଥିବାବେଳେ ଅକ୍ଟୋବରରେ ଆଉ 3/4ଟି ରାଫେଲ୍‌ ଭାରତକୁ ଆସିବାର ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଜୁନ 29 ତାରିଖରେ ଫ୍ରାନ୍ସରୁ 5ଟି ରାଫେଲ ଯୁଦ୍ଧବିମାନ ଅଣାଯାଇଥିଲା । ଏହି ଲଢୁଆ ଯୁଦ୍ଧବିମାନଟି ବାୟୁସେନାରେ ସାମିଲ ହେବା ଦ୍ୱାରା ବାୟୁସେନା ଶକ୍ତିଶାଳୀ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଭାରତ ଫ୍ରାନ୍ସରୁ 36ଟି ରାଫେଲ ଆଣୁଥିବା ବେଳେ 2021ସୁଦ୍ଧା ଏହି ସମସ୍ତ ଲଢୁଆ ବିମାନ ଭାରତକୁ ଆସିବ ବୋଲି ସୂଚନା ରହିଛି ।

Related posts