ତିର୍ତ୍ତୋଲ ପଞ୍ଚାୟତ ସମିତି ବୈଠକରେ ସାମାଜିକ ଦୂରତାକୁ ଫୁ ,କରୋନାକୁ ଉପହାସ କରୁଛି ବ୍ଲକ ପ୍ରଶାସନ

Published: Sep 10, 2020, 2:09 pm IST

ରମେଶ ମହାନ୍ତି

ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରକୋପରେ ଦେଶରେ ହାହାକାର ପଡିଥିବା ବେଳେ ଜଗତସିଂହପୁର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କରୋନା କଟକଣାକୁ ସରକାର କିଛିଟା କୋହଳ କରିଥିବା ବେଳେ ସାମାଜିକ ଦୂରତାକୁ ପାଳନ କରିବାକୁ କଡା ନିର୍ଦ୍ଦେଶ ରହିଛି।କିନ୍ତୁ ନିଜେ ତିର୍ତ୍ତୋଲ ବ୍ଳକ ପ୍ରଶାସନ ଏଠି ସାମାଜିକ ଦୂରତାକୁ ନମାନି କରୋନା ମହାମାରୀକୁ ଉପହାସ କଲାପରି ଲାଗୁଛି।

ବୁଧବାର ଦିନ ବ୍ଲକ ସଭାଗୃହରେ ୧୧ତମ ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ସାମାଜିକ ଦୂରତାକୁ ଜଳାଞ୍ଜଳି ଦେଇ ସାଂସଦ, ବିଧାୟକଙ୍କ ସହିତ ମଞ୍ଚାସୀନ ହୋଇଛନ୍ତି ବିଡିଓ ମହାଶୟ। ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପରି ନିୟମ ଗୁଡିକୁ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଏଠି କିନ୍ତୁ ନିଜେ ବ୍ଲକ ପ୍ରଶାସନ ବ୍ଲକ ସଭାଗୃହରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି କରିବା ଓ ସାମାଜିକ ଦୂରତ୍ୱ ନିୟମକୁ ବେଖାତିର କରି ବିଡିଓ ନିଜେ ମଞ୍ଚାସୀନ ହେବା ଭଳି ଘଟଣା ସାଧାରଣରେ ଚକିତ କରିଛି।

ବ୍ଲକ୍ ପ୍ରଶାସନର ଏଭଳି ଆୟୋଜନ ଓ ସାମାଜିକ ଦୂରତାକୁ ନମାନି ବିଡିଓ ନିଜେ ମଞ୍ଚାସୀନ ହୋଇଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସମାଲୋଚନା କରାଯାଉଥିବା ଶୁଣିବାକୁ ମିଳୁଛି।

Related posts