Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନାଲ ଅଛି ପାଣି ପାଉନି ଚାଷୀ : 3ଟି ପଞ୍ଚାୟତର ପ୍ରାୟ 3000 ହେକ୍ଟରୁ ଅଧିକ ଚାଷ ଜମି ପାଣି ପାଇବାରୁ ବଞ୍ଚିତ
ଆଜିର ଖବର

କେନାଲ ଅଛି ପାଣି ପାଉନି ଚାଷୀ : 3ଟି ପଞ୍ଚାୟତର ପ୍ରାୟ 3000 ହେକ୍ଟରୁ ଅଧିକ ଚାଷ ଜମି ପାଣି ପାଇବାରୁ ବଞ୍ଚିତ

September 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କଥାରେ ଅଛି ଚାଷ ଅଛି ଯାହାର କେଡେ ସୁଖ ତାହାର କିନ୍ତୁ ଏଠି ଓଲଟା ଚାଷ ଅଛି ଯାହାର ସବୁ ଦୁଃଖ ତାହାର।  କାହିଁକି ଖରା ଅଧିକ ହେଉ କି ବର୍ଷା ଅଧିକ ହେଉ, ସବୁ କ୍ଷେତ୍ରରେ ଚାଷୀଟିଏ ହିଁ ଦୁଃଖ ଭୋଗ କରୁଛି । ଅଧିକ ଖରାରେ କ୍ଷେତ ପୋଡି ଯାଉଥିବାବେଳେ ଅଧିକ ବର୍ଷା ହେଲେ କ୍ଷେତ ଭାସିଯିବ । ଚାଷୀଟିଏ ସବୁବେଳେ ହାଡଭଙ୍ଗା ପରିଶ୍ରମ କରି ଅନ୍ନ ଉପୁଜାଏ, କିନ୍ତୁ ସେହି ଧାନକୁ ଘରକୁ ନେଇପାରିବ କି ନାହିଁ, ତାହା ମଧ୍ୟ ସେ ଜାଣିପାରିବ ନାହିଁ । ଅଧିକାଂଶ ସମୟରେ ଚାଷୀଙ୍କ କ୍ଷେତକୁ ପାଣି ନ ମିଳିବା ଯୋଗୁଁ ଚାଷୀଟିଏ ନାନା ହଇରାଣ ହୋଇଥାଏ । ଚାଷୀଙ୍କ କ୍ଷେତକୁ ପାଣି ଦେବା ପାଇଁ ଡ୍ୟାମ୍‌ ନିର୍ମାଣ ହୋଇଥାଏ ।

ସେହି ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଶାଳିଆ ଡ୍ୟାମ। ପାଣି ଥାଇବି ଜମିକୁ ମାଡୁନି ପାଣି । ଫଳରେ ଚାଷୀର ଦୁର୍ଦ୍ଦଶା ଯାହା ଥିଲା ସେୟାହିଁ ରହିଲା। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାର ମଧ୍ୟରେ ଅଛି ଶାଳିଆ ଡ୍ୟାମ। ଶାଳିଆ କେନାଲ ବେଗୁନିଆପଡା ବ୍ଲକ ଚାଷୀଙ୍କ ଜୀବନ ରେଖା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କେନାଲ ଅଛି କିନ୍ତୁ 3ଟି ପଞ୍ଚାୟତର ପ୍ରାୟ 10ଟି ଗ୍ରାମର 3000 ହେକ୍ଟରୁ ଅଧିକ ଚାଷ ଜମି ପାଣି ପାଇବାରୁ ବଞ୍ଚିତ। ଶାଳିଆ ଡ୍ୟାମରୁ ବାହାରି ଥିବା କେନାଲ କୁମ୍ଭାରଗାଁ ପଞ୍ଚାୟତର ତଳ ମୁଣ୍ଡ ଦେଇ ପ୍ରବାହିତ ହୋଇଥିବା ଯୋଗୁଁ ଉପର ମୁଣ୍ଡ ଚାଷୀଙ୍କ କ୍ଷେତରେ ପାଣି ମାଡି ପାରୁନାହିଁ ।

ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁ ଶାଳିଆ କେନାଲ ନିର୍ମାଣ ସମୟରେ ଡ୍ୟାମ ଭିତରେ ଏକ ଷ୍ଟାଣ୍ଡପୋଷ୍ଟ କରି ଡ୍ୟାମ ଉପର ମୁଣ୍ଡରେ ଥିବା କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି, ତାଳଗାଁ ସମେତ ତାଳସର ପଞ୍ଚାୟତର ଖିଡ଼ିଙ୍ଗି, ଭାବିନିପୁର, ବଡ଼ଖଇରଖମା ପଞ୍ଚାୟତର ପାଇକପଡା, ହରିପୁର, ସରାଧପୁର ଗ୍ରାମର ଯେଉଁ ଜମି ଗୁଡିକ କେନାଲ ଉପର ମୁଣ୍ଡର ଢ଼େପ ସ୍ଥାନରେ ରହିଛି ସେହି ଜମି ଗୁଡିକୁ ଜଳସେଚିତ କରିବା ପାଇଁ ଯୋଜନା କରିଥିଲେ କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ଉପର ମୁଣ୍ଡର ଜମି ଗୁଡିକ ଜଳ ସେଚନରୁ ବଞ୍ଚିତ ହୋଇରହିଛି। ତେଣୁ ଏହି ଜମିଗୁଡିକ କେବଳ ବର୍ଷା ଉପରେ ନିର୍ଭର କରିଥାଏ। ଫଳରେ ଧାନ ଅମଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଥିବା ଚାଷୀମାନେ କ୍ଷୋଭର ସହ କହିଛନ୍ତି। ଦୀର୍ଘ ବର୍ଷ ଧରି ଉଠା ଜଳସେଚନ ବ୍ୟବସ୍ଥା ପାଇଁ ଏହି ଅଞ୍ଚଳର ଚାଷୀ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେବେ ଉପର ମୁଣ୍ଡର ଚାଷୀଙ୍କ ପାଇଁ ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କାରି କଲେ ଚାଷୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.