ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ 96 ହଜାର 551 ନୂତନ ସଂକ୍ରମିତ ଚିହ୍ନଟ

Published: Sep 11, 2020, 10:05 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି । ସଂକ୍ରମଣ ଦେଶ ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ  96 ହଜାର 551 ଜଣ ଆକ୍ରାନ୍ତ ହୋଇଥିବାବେଳେ 1209ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 45 ଲକ୍ଷ 62 ହଜାର 415କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 43 ହଜାର 480 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 35 ଲକ୍ଷ 42 ହଜାର 663ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 76 ହଜାର 271ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶରେ 74 ପ୍ରତିଶତ ଆକ୍ରାନ୍ତ ନଟି ରାଜ୍ୟରେ ରହିଛନ୍ତି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର 69 ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରୁ ହିଁ ରହିଛି । ସେହିପରି ଦେଶର ମୋଟ୍‌ ମାମଲାର 60 ପ୍ରତିଶତ ମାମଲା କେବଳ ପାଞ୍ଚଟି ରାଜ୍ୟରୁ ହିଁ ରହିଛି । (ଏଜେନ୍ସି)

Related posts