ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ପାଞ୍ଚ ଜଣ ଭାରତୀୟ ଉଦ୍ଧାର

Published: Sep 12, 2020, 1:31 pm IST

ନୂଅଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଏହି 5 ନାଗରିକଙ୍କୁ ହସ୍ତାନ୍ତର କରାଯାଇଛି । ଖିବତୁର ସୀମା ପୋଷ୍ଟରେ ଏହି ଯୁବକ ମାନଙ୍କୁ ହସ୍ତାନ୍ତର କରାଯାଇଛି ।  ଚୀନ ସେନା ସହିତ ହଟଲାଇନରେ ସମ୍ପର୍କ କରାଯିବା ପରେ ଏହି ଯୁବକ ମାନେ ଫେରୁଥିବା ନେଇ ଶୁକ୍ରବାର କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରକାଶ କରିଥିଲେ । ଏହି ଯୁବକ ମାନେ ଶିକାରୀ ହୋଇଥିବା ବେଳେ ଭୁଲ ବଶତଃ ଚୀନ ସୀମାରେ ପ୍ରବେଶ କରିଯାଇଥିଲେ । ସେପ୍ଟେମ୍ବର 1ରୁ ଯୁବକ ମାନେ ନିଖୋଜ ହୋଇଯାଇଥିଲେ ।  ଯୁବକ ମାନେ ଶିକାରୀ ବୋଲି ଭାରତୀୟ ସେନା ପକ୍ଷରୁ ବାର୍ତ୍ତା ଜାରି କରାଯାଇଥିବା ବେଳେ ପରିବାର ପକ୍ଷରୁ ସେମାନେ କୁମ୍ବାର ବୋଲି କୁହାଯାଇଛି । (ଏଜେନ୍ସି)

Related posts