ଭୁବନେଶ୍ବର : ଆଇସୋଲେସନ୍ ରୁମ୍ରେ ବସି ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଦେହରେ ଅଧିକ ତାପମାତ୍ରା ଥିଲେ ବି ଦେଇହେବ ନିଟ୍ ପରୀକ୍ଷା। ଆଇସୋଲେସନ୍ ରୁମ୍ରେ ନିରୀକ୍ଷକମାନେ ପିନ୍ଧିବେ ପିପିଇ କିଟ୍ । ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତି ରୁମ୍ରେ 12 ଜଣଙ୍କ ବସିବା ବ୍ୟବସ୍ଥା ହୋଇଛି । ପରୀକ୍ଷା ବ୍ୟବସ୍ଥା ନେଇ ନିଟ୍ ରାଜ୍ୟ ସଂଯୋଜକ ପଲ୍ଲୀ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ଭଳି ନିଟର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରବିବାର ଅପରାହ୍ନ 2ଟାରୁ 5ଟା ଯାଏ ପରୀକ୍ଷା ହେବ । ଚଳିତ ବର୍ଷ ଓଡ଼ିଶାର 83ଟି ପରୀକ୍ଷା କେନ୍ଦ୍ରରେ 37 ହଜାର 459 ପରୀକ୍ଷାର୍ଥୀ ନିଟ୍ ଦେବେ ।
Tags: