ଦିନକରେ 94 ହଜାର 372 ଆକ୍ରାନ୍ତ, 1 ହଜାର 114ମୃତ

Published: Sep 13, 2020, 10:05 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାନୁସାରେ, ଗତ 24 ଘଣ୍ଟାରେ 94 ହଜାର 372ଜଣ ଆକ୍ରାନ୍ତ ରହିଥିବାବେଳେ 1 ହଜାର 114ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା 78 ହଜାର 586ରେ ପହଞ୍ଚିଛି ।  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌  9 ଲକ୍ଷ 73 ହଜାର 175ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 02 ହଜାର 596ରେ ପହଞ୍ଚିଛି । (ଏଜେନ୍ସି)

Related posts