ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ ଓଡିଶାରେ 48,000 ରୁ ଅଧିକ କୋଭିଡ-19 ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପରୀକ୍ଷା ହାରରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟ 48, 508ଟି ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ 41, 164, ଆରଟିପିସିଆରରେ 7,202 ଓ ଟ୍ରୁନଟ୍ରେ 138ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Tags: