ରାଜ୍ୟରେ ଆଉ 10 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ରହିଥିବାବେଳେ କଟକରୁ 2ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ବର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 62, 66 ବର୍ଷ । ସେହିପରି ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେହିପରି କଟକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 74 ବର୍ଷୀୟ ପୁରୁଷ । ଗଞ୍ଜାମରୁ 55 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 60 ବର୍ଷୀୟ ବ୍ୟକ୍ତି, କଳାହାଣ୍ଡିରୁ 62 ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 60 ବର୍ଷୀୟ ବ୍ୟକ୍ତି ଓ ସୋନପୁରୁର 84 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 626କୁ ବୃଦ୍ଧି ହୋଇଛି ।