ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି : ଦକ୍ଷିଣ ଓଡିଶାର 6ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Published: Sep 13, 2020, 4:13 pm IST

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡିଶାର 6ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ13 ତାରିଖ ଠାରୁ ଆସନ୍ତା  ପାଞ୍ଚ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Related posts