ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 79ହଜାର 722ରେ ପହଞ୍ଚିଲା

Published: Sep 14, 2020, 10:18 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 92 ହଜାର 71 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ 1ହଜାର136ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 48 ଲକ୍ଷ 46 ହଜାର 428କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 79 ହଜାର 722 ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 86 ହଜାର 598ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 80 ହଜାର 107ରେ ପହଞ୍ଚିଛି ।

8ଟି ରାଜ୍ୟରେ କରୋନା ମାମଲା ସର୍ବାଧିକ ରହିଥିବାର ସୂଚନାରହିଛି ।

ମହାରାଷ୍ଟ୍ରରେ ମୋଟ୍‌ କରୋନା ମାମଲା ଦଶ ଲକ୍ଷ 60 ହଜାର 308 ରହିଥିବାବେଳ ସୁସ୍ଥ ହୋଇଛନ୍ତି 7 ଲକ୍ଷ 40 ହଜାର 61 ଜଣ । ସେହିପରି ଏଠାରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 29 ହଜାର 531ଜଣ । ସେହିପରିକର୍ଣ୍ଣାଟକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 4ଲକ୍ଷ 59 ହଜାର 445 ଥିବାବେଳେ ମୃତ୍ୟୁବରଣ କରିଛନ୍ତି 7 ହଜାର 265ଜଣ । ଆନ୍ଧ୍ରପ୍ରଦେଶରେ 5ଲକ୍ଷ 67 ହଜାର 123ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 4 ହଜାର 912 ଜଣ । ଦିଲ୍ଲୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 18 ହଜାର 304 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 4 ହଜାର 744ରେ ପହଞ୍ଚିଛି । ଗୁଜୁରାଟରେ ମୋଟ୍‌ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 13 ହଜାର 662ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 3 ହଜାର 213 ରହିଛି । ତାମିଲନାଡୁରେ 5 ଲକ୍ଷ2ହଜାର 759 ମୋଟ୍‌ ମାମଲା ଥିବାବେଳେ ମୃତ୍ୟୁବରଣ କରିଛନ୍ତି 8 ହଜାର 381 ଜଣ । ସେହିପରି ପଶ୍ଚିମବଙ୍ଗରେ 2 ଲକ୍ଷ 2ହଜାର 708 ମାମଲା ଥିବାବେଳେ ମୃତକଙ୍କ ସଂଖ୍ୟା 3 ହଜାର 945 ରହିଛି । ଉତ୍ତରପ୍ରଦେଶରେ 3 ଲକ୍ଷ 12 ହଜାର 36 ଆକ୍ରାନ୍ତ ଥିବାବେଳେ 4 ହଜାର 429ଜଣଙ୍କର ମୃତ୍ୟୁ ହୋଇଛି।

ଆଇସିଏମ୍‌ଆର ସୂଚନା ଅନୁସାରେ ରବିବାର ଦିନଦେଶରେ 9 ଲକ୍ଷ 78 ହଜାର 500 ନମୁନା ପରୀକ୍ଷା କରାଯାଇଥିବାବେଳେ ଦେଶରେ ମୋଟ୍‌ ଟେଷ୍ଟ ସଂଖ୍ୟା 5 କୋଟି 72 ଲକ୍ଷ 39 ହଜାର 428ରେ ପହଞ୍ଚିଛି । (ଏଜେନ୍ସି)

Related posts