ଚୀନ୍‌ରେ ରିଲିଜ୍‌ ହେବ ଆୟୁଷ୍ମାନ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’

Published: Mar 21, 2019, 1:15 pm IST
andhun will release in china

ଭାରତରେ ରିଲିଜ୍‌ ହୋଇ ବେଶ୍‌ ସଫଳତା ହାସଲ କରିଥିବା ‘ଅନ୍ଧାଧୁନ୍‌’ ଏବେ ଚୀନରେ କମାଲ ଦେଖାଇବ । ଆୟୁଷ୍ମାନ ଖୁରାନା ଓ ତବୁଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ମାସ ୩ ତାରିଖରେ ଚୀନ୍‌ରେ ରିଲିଜ ହେବ। ଏନେଇ ଫିଲ୍ମ ନିର୍ମାତା ଏକ ପୋଷ୍ଟର ରିଲିଜ କରିଛନ୍ତି। ପୋଷ୍ଟରରେ ଚାଇନିଜ୍ ଭାଷାରେ ଫିଲ୍ମର ଶୀର୍ଷକ ଲେଖାଯାଇଛି । ତେବେ ଫିଲ୍ମର ଶୀର୍ଷକ ‘ଅନ୍ଧାଧୁନ୍‌’ରୁ ‘ପିଆନୋ ପ୍ଲେୟାର୍‌’କୁ ପରିବର୍ତ୍ତନ କରାଯାଇଛି ।  ଏହା ଚୀନରେ ସ୍ଥାନୀୟ ଭାଷାରେ ରିଲିଜ କରାଯିବ ବୋଲି ସୂଚନା ଦିଆଯାଇଛି। ଚୀନ୍‌ର ୫ ହଜାର ହଲ୍‌ରେ ଫିଲ୍ମର ସ୍କ୍ରିନିଂ କରାଯିବ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପ୍ତେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ୍‌ ରାଘବନ୍‌ ।

Related posts