ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେନି ମାୟାବତୀ

Published: Mar 21, 2019, 3:01 pm IST
won't contest in ls election : mayawati

ବିଏସ୍‌ପି ସୁପ୍ରିମୋ ମାୟାବତୀ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆଶାୟୀ ରହିଛନ୍ତି ମାୟାବତୀ । ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଦୌଡରେ ନଥିବା ଏବଂ ସମର୍ଥକ ମାନେ ଏପରି ପୋଷ୍ଟର ଲଗାଇଥିବା କହିଥିଲେ ମାୟାବତୀ । ବତ୍ତର୍ମାନର ପରସ୍ଥିତିକୁ ଆଖି ଆଗରେ ରଖି ଦେଶ ଏବଂ ପାର୍ଟିର ହିତ ପାଇଁ ଲୋକସଭା ନିର୍ବାଚନରେ ଭାଗ ନେଉନାହିଁ ବୋଲି ମାୟାବତୀ କହିଛନ୍ତି । ଏହି ନିଷ୍ପତ୍ତିରେ ପାର୍ଟିର କର୍ମକର୍ତ୍ତା ମାନେ ନିରୁତ୍ସାହିତ ନହେବା ପାଇଁ ମଧ୍ୟ ମାୟାବତୀ କହିଛନ୍ତି  । ୧୯୯୫ରେ ପ୍ରଥମ ଥର ୟୁପିର ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ ବିଧାନସଭାର ସଦସ୍ୟ ନଥିଲେ ବୋଲି ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି ମାୟାବତୀ । ମାୟାବତୀଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ କଂଗ୍ରେସ ପକ୍ଷରୁ ଏହି ମାମଲାରେ କୌଣସି ମନ୍ତବ୍ୟ ଦେବାକୁ ମନା କରାଯାଇଥିଲେ ମଧ୍ୟ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା କହିଛନ୍ତି  ଯେ, ୨୦୧୯ରେ କଂଗ୍ରେସ ହିଁ  ସରକାର ଗଠନ କରିବ ।

Related posts