
କର୍ଣ୍ଣାଟକର ଧରଓ୍ବାଡ଼ ଜିଲ୍ଲା କୁମାରେଶ୍ବର ନଗରରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବଢ଼ିଛି। ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହି କୋଠା ଭିତରୁ ୫୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ କୁମାରେଶ୍ୱର ନଗରରେ ନିର୍ମାଣାଧୀନ କୋଠା ଅଚାନକ ଭୁଶୁଡ଼ି ପଡ଼ିଥିଲା। କୋଠା ଭୁଶୁଡ଼ି ଯିବା ପରେ ଏଥିରେ ଅନେକ ଲୋକ ବାହାରକୁ ବାହାରି ପାରି ନଥିଲେ। ସୂଚନା ମିଳିବା ପରେ ପୋଲିସ, ଏନଡିଆରଏଫ ଟିମ ଓ ପ୍ରଶାସନ ଘଟଣାସ୍ଥଳକୁ ପହଂଚି ଉଦ୍ଧାର କାମ ଆରମ୍ଭ କରିଦେଇଥିଲା।