ଆଜି ରାଜ୍ୟରୁ 8ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା 645କୁ ବୃଦ୍ଧି

Published: Sep 15, 2020, 11:31 am IST

ଭୁବନେଶ୍ବର : ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 645କୁ ବୃଦ୍ଧି ହୋଇଛି ।

କଟକରୁ ଆଜି ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ରହିଛନ୍ତି । ମୃତ ମହିଳା ଆକ୍ରାନ୍ତଙ୍କ ବୟସ 52 ବର୍ଷ ହୋଇଥିବାବେଳେ ଅନ୍ୟଦୁଇ ଜଣଙ୍କ ବୟସ ଯଥାକ୍ରମେ 50, 45 ବର୍ଷ ବୋଲି ସୂଚନା ରହିଛି ।

ବୌଦ୍ଧରୁ ଆଜି 65 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 55 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ 50 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 51 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ 70 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

Related posts