Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :  ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଂଜୁରୀ
ଆଜିର ଖବର

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :  ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଂଜୁରୀ

September 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ୟାବିନେଟ ବୈଠକରେ 4ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜିଏସଟି ଆଇନରେ ସଂଶୋଧନ ପାଇଁ 2ଟି ଅଧ୍ୟାଦେଶକୁ ଅନୁମୋଦନ ସମେତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-1948ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଓ ସୁବର୍ଣ୍ଣରେଖା ନଦୀରେ ହାଇଲେବଲ୍‌ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ମୋଟ 5ଟି ଏଜେଣ୍ଡା ଆଲୋଚନା ହେବାର ଥିଲା। କିନ୍ତୁ ଶେଷମୁହୂର୍ତ୍ତରେ କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା ଓ ଅନ୍ୟ 4ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆହୂତକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଥିଲେ, ଯାହାକୁ କ୍ୟାବିନେଟ ଆଜି ପିଛିଲା ଭାବେ ଏହାକୁ ଅନୁମୋଦନ କଲେ। ଏହା ସହିତ ଅର୍ଥ ବିଭାଗର 2ଟି ପ୍ରସ୍ତାବ ଓ ପୂର୍ତ୍ତ ବିଭାଗର ଗୋଟିଏ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଜିଏସଟି କାଉନସିଲର ସୁପାରିସ୍ ଆଧାରରେ ରାଜ୍ୟ ସରକାର ଓଡ଼ିଶା ଜିଏସଟି ଅଧିନିୟମ-2017ର କେତେକ ଧାରାରେ ସଂଶୋଧନ କରିଛନ୍ତି। ଏନେଇ ଆଜି କ୍ୟାବିନେଟ ଓଡ଼ିଶା ଜିଏସଟି(ସଂଶୋଧନ) ଅଧ୍ୟାଦେଶ-2020 ଓ ଓଡ଼ିଶା ଜିଏସଟି(ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ ଜାରିକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ଜିଏସଟି ଅଧିନିୟମ-2017ର ଧାରା 172,168 ଓ 140କୁ ସଂଶୋଧନ କରାଯାଇଛି। ଏହି ଅଧ୍ୟାଦେଶ ଲାଗୁ ହେବାପରେ ପଞ୍ଜିକୃତ ଟିକସ ଦାତାମାନେ ଉପକୃତ ହେବେ ଓ ଟ୍ୟାକ୍ସ ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପ ତୁଲାଇପାରିବେ।

ଏହି ଅଧ୍ୟାଦେଶ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜିଏସଟି ଅଧିନିୟମର ପ୍ରାରମ୍ଭ ହେବାର 5ବର୍ଷ ଅବଧି ଶେଷ ହେବା ପର୍ଯ୍ୟନ୍ତ ଅଧିନିୟମର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ଉପୁଜିଲେ ତାକୁ ଦୂର କରିବା ପାଇଁ ସରକାର ଗେଜେଟରେ ସ୍ୱତନ୍ତ୍ର ଅର୍ଡର ଜାରି କରି ଅସଙ୍ଗତିକୁ ଦୂର କରିବା ନିମନ୍ତେ ଆଦେଶ ଦେଇପାରିବେ। ସେହିପରି କୌଣସି ବ୍ୟକ୍ତି ବିନା ଇନଭଏସରେ ଜିଏସଟି ଯୋଗାଉଥିବେ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣ ବା ବିନିଯୋଗ କରୁଥିବେ ତା’ହେଲେ ସେ ଯେଉଁ ପରିମାଣର ଟିକସ ଠକିଥିବେ ତାଙ୍କୁ ସେହି ପରିମାଣର ଜୋରିମାନା ଅର୍ଥ ଦେବାକୁ ପଡ଼ିବ। ଏହାକୁ ମଧ୍ୟ ଜାମିନବିହୀନ ଅପରାଧ ଭାବେ ବିବେଚନା କରାଯିବ।

ସେହିପରି ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-1948ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଘଂନକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଓ ସମୟୋଚିତ ଭାବେ ନୋଟିସ୍ ଅବା ନିର୍ଦ୍ଦେଶ ଜାରି କରିବା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା। କାରଣ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ବିଭିନ୍ନ ସମୟରେ ବଦଳି ହୋଇଥାଏ ଓ ସେଥିପାଇଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନୋଟିସ୍ ଜାରି ହୋଇପାରୁନଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଦ୍ଧତି ସହିତ ରାଜ୍ୟ ସରକାରଙ୍କ ଏଚଆରଏମସ ପୋର୍ଟାଲରେ ଏହି ନୋଟିସ୍ ଜାରି କରିବାକୁ ଅଧିନିୟମରେ ସଂଶୋଧନ କରାଯାଇଛି।

ସୁବର୍ଣ୍ଣରେଖା ନଦୀ ଉପରେ ଏକ ବୃହତ୍ ବ୍ରିଜ୍ ନିର୍ମାଣ କରିବାକୁ କ୍ୟାବିନେଟ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।  ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ-16ର ହଳଦୀପଡ଼ାଠାରୁ ଭାୟା ବାଲିଆପାଳ, ପନ୍ତେଇ ଓ ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ସୀମାରେ 36କିମିଠାରେଏହାଫଳରେ ବାଲିଆପାଳ ଓ ଭୋଗରାଇ ବ୍ଲକ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ସହ ସୁବର୍ଣ୍ଣରେଖା ମାଉଥ୍ ପୋର୍ଟ, ଚନ୍ଦନେଶ୍ୱର, ଭୁେଉଣ୍ଡେଶ୍ୱର ଆଦି ଅର୍ଥନୀତିକ ଓ ସାଂସ୍କୃତିକ ସ୍ଥାନଗୁଡ଼ିକୁ ସଂଯୋଗ ହୋଇପାରିବ ଓ ଦୂରତ୍ୱ ମଧ୍ୟ ହ୍ରାସ ପାଇବ। ଏହି ସେତୁର ନିର୍ମାଣ 30ମାସ ମଧ୍ୟରେ ଶେଷ ହେବ।ଥିପାଇଁ 138 କୋଟି ବ୍ୟୟବରାଦ ରହିଥିବାବେଳେ ଏହି ସେତୁ ଏଲଆଣ୍ଡଟି କମ୍ପାନୀ ଦ୍ବାରା କରାଯିବ ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025

ଅକ୍ଟୋବର ୯ ତାରିଖ: ଗୁରୁବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

October 9, 2025
Latest News

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025

ଭାରତରେ ଗୁଗୁଲର 88,730 କୋଟିର ବିପୁଳ ନିବେଶ: ପ୍ରତିବର୍ଷ ସୃଷ୍ଟି ହେବ ଲକ୍ଷାଧିକ ନୂତନ ନିଯୁକ୍ତି

October 9, 2025

“ଭାରତ ସହିତ ସମ୍ପର୍କକୁ ଶୀଘ୍ର ସୁଧାରନ୍ତୁ’: ଟ୍ରମ୍ପଙ୍କୁ ଚିଠି ଲେଖିଲେ ୧୯ ଆମେରିକୀୟ ସାଂସଦ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.