ମୋଗଲ ମ୍ୟୁଜିୟମର ନାମ ବଦଳିଲା, ଜାଣନ୍ତୁ ଏହାର ନୂତନ ନାମ

Published: Sep 15, 2020, 1:53 pm IST

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ତାଜମହଲ ନିକଟରେ ନିର୍ମିତ ହୋଇଥିବା ମୋଗଲ ମ୍ୟୁଜିୟମର ନାମକୁ ପରିବର୍ତ୍ତନ କରିଛନ୍ତି । ଏହି ମ୍ୟୁଜିୟମର ନାମ ପରିବର୍ତ୍ତନ କରି ଛତ୍ରପତି ଶିବାଜୀଙ୍କ ନାମରେ ନାମିତ କରିଛନ୍ତି ଆଦିତ୍ୟନାଥ । ଦେଶକୁ ଆକ୍ରମଣ କରି ଶାସନ କରିଥିବା ମୋଗଲ ମାନେ କିପରି ଆମର ଆଦର୍ଶ ହୋଇପାରିବେ ବୋଲି ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,ଯୋଗୀ ସରକାର କ୍ଷମତାକୁ ଆସିବାର ତିନି ବର୍ଷ ମଧ୍ୟରେ  ବିଭିନ୍ନ ସ୍ଥାନ ଗୁଡିକର ନାମ ପରିବର୍ତ୍ତନ କରାଇଛନ୍ତି । ଆହ୍ଲାବାଦର ନାମକୁ ପ୍ରୟାଗରାଜ କରାଯାଇଥିବା ବେଳେ  ମଥୁରା ଏବଂ ମୁଗଲସରାଇ ଜଙ୍କସନର ନାମ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା । (ଏଜେନ୍ସି)

Related posts