ଦେଶରେ 50 ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Published: Sep 16, 2020, 9:57 am IST

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 20 ହଜାର360କୁ ବୃଦ୍ଧି ହୋଇଥିବାବେଳେ  କରୋନା ଜନିତ ମୃତ୍ୟୁସଂଖ୍ୟା 82, 066ରେ ପହଞ୍ଚିଲା । ଗତ 24 ଘଣ୍ଟାରେ 90 ହଜାର 123 ଆକ୍ରାନ୍ତ ହୋଇଥିବାବେଳେ 1290 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ୍‌ 9 ଲକ୍ଷ 95 ହଜାର 933 ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 39 ଲକ୍ଷ 42 ହଜାର 360 ।

ଜାନୁଆରୀ 30 ତାରିଖରେ ଦେଶରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିବାବେଳେ ମାତ୍ର ସାତ ମାସ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷରେ ପହଞ୍ଚିଛି । ଗତ ଦୁଇ ମାସ ଧରି କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । 1ରୁ 10 ଲକ୍ଷ କେସ୍‌ ହେବାକୁ 169 ଦିନ ଲାଗିଥିବାବେଳେ  10-20 ଲକ୍ଷ କେସ୍‌ ମାତ୍ର 19 ଦିନ ମଧ୍ୟରେ ହୋଇଛି । ସେହିପରି 20-30 ଲକ୍ଷ କେସ୍‌ 19 ଦିନ ମଧ୍ୟରେ ହୋଇଥିବାବେଳେ ମାତ୍ର 13 ଦିନରେ 30ରୁ 40 ଲକ୍ଷରେ ପହଞ୍ଚିଥିଲେ । ସେହିପରି ମାତ୍ର 11 ଦିନରେ 40ରୁ 50ଲକ୍ଷରେ ପହଞ୍ଚିଛି । (ଏଜେନ୍ସି)

Related posts