ଗତ 24 ଘଣ୍ଟାରେ 97 ହଜାର 894 ଆକ୍ରାନ୍ତ ଚିହ୍ନଟ ; 1132 ମୃତ

Published: Sep 17, 2020, 10:19 am IST

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ 24 ଘଣ୍ଟାରେ କରୋନା 97 ହଜାର 894 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1132 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା 83, 198ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 51ଲକ୍ଷ, 18ହଜାର 254କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ 10 ଲକ୍ଷ 09 ହଜାର 976 ରହିଥିବା ବେଳେ ସୁସ୍ଥ ହୋଇ 40 ଲକ୍ଷ 25 ହଜାର 089 ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଇସିଏମ୍‌ଆର ସୂଚନା ଅନୁସାରେ ସେପ୍ଟେମ୍ବର 16 ତାରିଖ ସୁଦ୍ଧା ମୋଟ୍‌ 6 କୋଟି 5 ଲକ୍ଷ ସାମ୍ପଲ୍‌ ଟେଷ୍ଟ ହୋଇଛି । ଯେଉଁଥିରେ 11ଲକ୍ଷ ସାମ୍ପଲ୍‌ର ଟେଷ୍ଟିଂ କାଲି ହୋଇଛି ।  ସେହିପରି ପଜିଟିଭିଟି ରେଟ୍‌ 7 ପ୍ରତିଶତରୁ କମ୍‌ ରହିଛି । (ଏଜେନ୍ସି)

Related posts