
ଭୁବନେଶ୍ବର, ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଯେ, ଏହି ବିଲରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ।
ବର୍ତ୍ତମାନ ଏହି ବିଲରେ ଯାହା ରହିଛି ତାହା ଏହି ଚାଷିଙ୍କ ସୁରକ୍ଷା ଓ ଆର୍ଥିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହେବ ନାହିଁ। ସେଥିପାଇଁ ସରକାର ବିଲରେ କିଛି ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟକୁ ପଠାନ୍ତୁ। ଏହି କାରଣରୁ ବିଜେଡି ଏହି ବିଲକୁ ବିରୋଧ କରୁଛି ବୋଲି ଗୃହକୁ ଅବଗତ କରାଇଥିଲେ ଅମର। ଅମର ଏହି ବିଲ ସଂପର୍କରେ ପ୍ରାୟ ଆଠ ମିନଟ ଧରି ତାଙ୍କର ବକ୍ତବ୍ୟ ରଖିଥିଲେ।
ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସହଯୋଗ କରିଥିଲା। ହେଲେ ଏବେ କୃଷି ବିଲକୁ ବିରୋଧ କରିବା ନେଇ ରାଜନୈତିକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି।