କୃଷି ବିଲ୍‌ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ସଦସ୍ୟ

Published: Sep 21, 2020, 5:13 pm IST

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ କୃଷି ବିଲ୍‌କୁ ବିରୋଧୀଙ୍କ ହଙ୍ଗାମା ସତ୍ତ୍ବେ ରାଜ୍ୟସଭାରେ ଏହା ପାରିତ୍‌ ହୋଇଛି ।  ଗତକାଲି ରାଜ୍ୟସଭାରେ ଏହି ବିଲ୍‌ରେ ବିରୋଧ ପ୍ରତିବାଦରେ ରାଜ୍ୟସଭାରେ ହଙ୍ଗାମା କରିବା କାରଣ ଯୋଗୁଁ  8 ଜଣ ସଦସ୍ୟଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହାର ପ୍ରତିବାଦରେ ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟିବାର ନିଷ୍ପତ୍ତି ନେଇଛନ୍ତି । ରବିବାର ବାଚନିକ ଭୋଟରେ 3ଟି ନୂତନ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା ।  ଏହାର ପ୍ରତିବାଦରେ 12 ବିରୋଧୀ ଦଳର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିଲକୁ ମଞ୍ଜୁରୀ ନଦେବା ପାଇଁ ଅନୁରୋଧ କରିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ ଆଇନରେ ପରିଣତ ହୋଇଥାଏ । ବିରୋଧୀ ଦଳ ସଦସ୍ୟଙ୍କ ସହିତ ଏନଡିଏର ସହଯୋଗୀ ଦଳ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ଜଣାପଡିଛି । (ଏଜେନ୍ସି)

Related posts