
ନୂଆଦିଲ୍ଲୀ, କୋଭିଡ19 ପାଇଁ ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏହି ମୌସୁମୀ ଅଧିବେସନ ଆସନ୍ତା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦିନକୁ ଦିନ ସଂସାଦମାନେ ପଜେଟିଭି ଚିହ୍ନଟ ହେବା ଏବଂ ସାରା ଦେଶର ସ୍ଥିତି ଉଦବେଗ ଜନକ ହୋଇପଡିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଏହି ମୌସୁମୀ ଅଧିବେସନ ମାତ୍ର 10 ଦିନ ପାଇଁ ଚାଲିଛି। ଏହି ସମୟରେ ଗୃହରେ 25 ଟି ବିଲ୍ ପାଶ ହୋଇଥିବା ବେଳେ 6ଟି ବିଲ ଉପସ୍ଥାପିତ ହୋଇଛି।