ଟିକେଟ ଘୋଷଣା ପରେ ବିଜେପିରେ ବଢିଲା ଅସନ୍ତୋଷ, ଅଫିସରେ ତାଲା ପକାଇଲେ ଏକାମ୍ର ବିଜେପି କର୍ମି

Published: Mar 22, 2019, 11:49 am IST

ଗତକାଲି ବିଜେପିର ଲୋକସଭା ଏବଂ ବିଳମ୍ବିତ ରାତିରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବର୍ତ୍ତମାନ ଦଳ ଭିତରେ ଆରମ୍ଭ ହୋଇଯାଇଛି ଅସନ୍ତୋଷ। ଗତକାଲି ରାତିରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାସଙ୍କ ସମର୍ଥକମାନେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଗାଡିକୁ ଭଂଗାରୁଜା କରିଛନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି ବିଜେପି ଗଡକୁ ସମ୍ଭାଳିଥିଲେ ଅମୀୟ ଦାସ। ହେଲେ ବିଜେଡିରୁ ଡେଇଁ ବିଜେପିରେ ମିଶିଥିବା ବାବୁ ସିଂଙ୍କୁ ଦଳ ଟିକେଟ ଦେଇଛି। ଏହାକୁ ନେଇ ଅମୀୟ ଦାସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ସକାଳୁ ତାଙ୍କ ସମର୍ଥକମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। କେବଳ ଅମୀୟ ନୁହଁନ୍ତି, ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରାର୍ଥି ଘୋଷଣା ନେଇ ନେତାମାନେ ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ତେବେ ହୋଲି ଥିବା ଦୃଷ୍ଟିରେ ତାହା ଜଣାପଡି ନାହିଁ।

Related posts