ସାରା ରାଜ୍ୟରେ ରଂଗର ପର୍ବ ହୋଲି ପାଳିତ, ଏଥର ପ୍ରାକୃତିକ ରଂଗରେ ହୋଲି ଖେଳିବାକୁ ଲୋକେ କଲେ ପସନ୍ଦ

Published: Mar 22, 2019, 12:11 pm IST
People celebrating the Holi festival

ସାରା ରାଜ୍ୟରେ ରଂଗର ପର୍ବ ହୋଲି ବେଶ ଧୂମଧାମରେ ପାଳିତ ହୋଇଛି। ସକାଳୁ ସକାଳୁ ଲୋକେ ହାତରେ ରଂଗ ଧରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ବର୍ଷକୁ ଥରେ ଏହି ପର୍ବ ଆସୁଥିବାରୁ ଲୋକମାନେ ଏହାକୁ ପାଳନ କରିବାରେ ହାତଛଡା କରି ନାହାଁନ୍ତି। ରାଜଧାନୀ ଭୁବନେଶ୍ବର ମଧ୍ୟ ଲୋକେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି। ପୂର୍ବରୁ ରାଜଧାନୀର ଦୋକାନ ବଜାରରେ ରଂଗର ପସରା ମେଲିଯାଇଥିଲା। ବିଭିନ୍ନ ପ୍ରକାରର ରଂଗ ସହିତ ପିଚକାରୀ ମଧ୍ୟ ବିକ୍ରି କରାଯାଇଥିଲା। ତେବେ ଏଥର ଲୋକମାନେ ପ୍ରାକୃତିକ ରଂଗ ବ୍ୟବହାର କରିବାକୁ ବେଶି ପସନ୍ଦ କରିଥିଲେ। ଅନେକ ସ୍ଥାନରେ କେବଳ ପ୍ରାକୃତିକ ରଂଗରେ ହୋଲି ଖେଳାଯାଇଥିବାର ପରିଲକ୍ଷିତ ହୋଇଥିଲା। କେଉଁଠାରେ କିଛି ଅଘଟଣ ଘଟିବ ସେ ନେଇ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ନଦୀତଟ ଗୁଡିକରେ ମଧ୍ୟ ଅଗ୍ନଶମ ବିଭାଗ ତରଫରୁ ପଇଁତରା ମାରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Related posts