ଆଜି 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍‌ ମୃ୍ତ୍ୟୁ ସଂଖ୍ୟା 767କୁ ବୃଦ୍ଧି

Published: Sep 25, 2020, 11:35 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 15ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ ପୁରୀରୁ 3 ଜଣ, ମୟୂରଭଞ୍ଜରୁ 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡା, କେନ୍ଦ୍ରାପଡା,କଟକ, ବଲାଙ୍ଗିର, ଅନୁଗୁଳୁ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 767କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ଆଜି ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସମସ୍ତ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ବୟସ ଯଥାକ୍ରମେ 70, 76, 60, 63 । ପୁରୀର ତିନି ମୃତକଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା  ଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 84ବର୍ଷ ଓ 60 ବର୍ଷ । ସେହିପରି ମୟୂରଭଞ୍ଜର ଦୁଇ ମୃତକଙ୍କ ମଧ୍ୟରେ ଜଣେ 45ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 59 ବର୍ଷୀୟ ପୁରୁଷ । ସେହିପରି କଟକରୁ 72 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ 60 ବର୍ଷୀୟ ପୁରୁଷ, ବଲାଙ୍ଗିରୁର 67ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 50 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ 81 ବର୍ଷୀୟ ପୁରୁଷ, ରାୟଗଡାରୁ 56 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Related posts