ନୂଆଦିଲ୍ଲୀ : ଆରପାରିରେ ଲୋକପ୍ରିୟ ଗାୟକ ଏସ୍. ପି. ବାଲ୍ସୁବ୍ରମଣ୍ୟମ୍। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 74 ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବାଲ୍ ସୁବ୍ରମଣ୍ୟମ୍ । ଅଗଷ୍ଟ ପ୍ରଥମ ସପ୍ତାହରୁକରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବାଲସୁବ୍ରମଣ୍ୟମ୍ । 6ଟି ଜାତୀୟ ପୁରସ୍କାର ପ୍ରାପ୍ତ ବାଲସୁବ୍ରମଣ୍ୟମ୍ 16ଟି ଭାଷାରେ ପ୍ରାୟ 40 ହଜାରର ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଥିଲେ। ଲୋକପ୍ରିୟ ସଙ୍ଗୀତଜ୍ଞ ଇଲୈୟାରାଜା, ଏ. ଆର ରେହମାନ୍ ଓ ଅନ୍ୟ ବହୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ବହୁ ଗୀତ ଗାଇଛନ୍ତି ବାଲ୍ସୁବ୍ରମ୍ୟମ୍ । କେବଳ ଜଣେ ଗାୟକ ନୁହେଁ, ଅଭିନେତା, ପ୍ରଯୋଜକ ତଥା ଜଣେ ଭଏସ୍ ଆକ୍ଟର ରୂପେ ସେ ବେଶ୍ ପରିଚିତ । ସଙ୍ଗୀତ ତଥା ସିନେମା ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ପରି ମର୍ଯ୍ୟଦାଜନକ ପୁରସ୍କାର ସମ୍ମାନିତ ହୋଇଛନ୍ତି ବାଲ ସୁବ୍ରମଣ୍ୟମ୍ । ତାଙ୍କ ବିୟୋଗରେ ବଲିଉଡ ଓ ସଙ୍ଗୀତକାର ଜବତରେ ଶୋକର ଛାୟା ଖେଳିଯାଇଛି।