ଟାଙ୍ଗୀ ତହସିଲ ଏବଂ ବ୍ଲକ ପ୍ରଶାସନ ଦ୍ୱାରା ଫିଟ ଇଣ୍ଡିଆ ମୁଭମେଣ୍ଟ  ଆନୁକୂଲ୍ୟରେ ଗଣଦୌଡ଼

Published: Sep 25, 2020, 2:41 pm IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପମାନ ନେଉଛନ୍ତି । ହେଲେ ବର୍ତ୍ତମାନ କରୋନା ସମୟରେ ସମସ୍ତ ଦେଶବାସୀ ଯଥା ସମ୍ଭବ  ନିଜ ଘରେ ରହି ଯୋଗ, ପ୍ରାଣାୟମ, ବ୍ୟାୟାମ, ଖେଳକୁଦ ଆଦି କରି  ନିଜ ଶରୀରକୁ ସୁସ୍ଥ ରଖନ୍ତୁ ବୋଲି  କେନ୍ଦ୍ର ସରକାର ପରାମର୍ଶ ଦେଉଛନ୍ତି। ହେଲେ ଏହି ବାର୍ତ୍ତା ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଟାଙ୍ଗୀ ତହସିଲଦାରଙ୍କ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆୱାହନ କ୍ରମେ ଆଜି ଟାଙ୍ଗୀ ତହସିଲ ଏବଂ ପଞ୍ଚାୟତ ସମିତି ପ୍ରଶାସନର ମିଳିତ ସହଯୋଗରେ ଫିଟ ଇଣ୍ଡିଆ ମୁଭମେଣ୍ଟ  କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଗଣଦୌଡ଼ ର ଆୟୋଜନ କରାଯାଇଥିଲା। ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଉକ୍ତ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଟାଙ୍ଗୀ ଓକିଲ ସଂଘର ସଦସ୍ୟ ମାନେ  ଯୋଗ ଦେଇଥିଲେ।

ଉକ୍ତ ଗଣଦୌଡ଼ଟି ଟାଙ୍ଗୀ ତହସିଲ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ବଜାର ପରିକ୍ରମା କରି ପୁନଶ୍ଚ ତହସିଲ କାର୍ଯ୍ୟାଳୟ ରେ ଶେଷ ହୋଇଥିଲା। ଉକ୍ତ ଗଣଦୌଡ଼ରେ ଭାଗନେଇଥିବା ସମସ୍ତ ବ୍ୟକ୍ତିମାନେ ଟାଙ୍ଗୀର ସମସ୍ତ ଜନସାଧାରଣମାନଙ୍କୁ କୋଭିଡ ସଚେତନ କରିଥିଲେ। ଦୈନିକ ଯୋଗ, ପ୍ରାଣାୟମ,ବ୍ୟାୟାମ ଓ ଖେଳକୁଦ କରିବାକୁ ଟାଙ୍ଗୀ ତହସିଲଦାର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ କରୋନା ସମୟରେ ସମସ୍ତେ ନିଜ ଘରେ ନିଜ ଶରୀରକୁ କିଭଳି ସୁସ୍ଥ ରଖିପାରିବେ ସେଥି ଉପରେ ଗୁରୁତ୍ୱ ଦେଇ ତହସିଲଦାର ମହୋଦୟଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ସବୁ ଦିଗରୁ ପ୍ରଶଂସିତ କରାଯାଇଛି । କରୋନା ଗାଇଡ଼ଲାଇନକୁ ପାଳନ କରି ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା ।

Related posts