ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରର ସ୍ଥିତି ମଧ୍ୟ ସଙ୍ଗୀନ୍ ରହିଛି । ଭୁବନେଶ୍ବର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସ୍ ମିଟ୍ କରିଛନ୍ତି । ଭୁବନେଶ୍ବରରେ ଏବେ 3ହଜାର 683 ଆକ୍ଟିଭ୍ କେସ୍ ରହିଛି । ସହରର 75 ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନ୍ରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । 10 ହଜାର ଲୋକେ ହୋମ୍ ଆଇସୋଲେଟ୍ରେ ରହି ସାରିଛନ୍ତି । 10 ହଜାର ଲୋକଙ୍କ ମଧ୍ୟରୁ 7 ହଜାର ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ବରରେ ଆଉ 60 କୋଭିଡ୍ ଆଇସିୟ ବେଡ୍ ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ବିଏମ୍ସି କମିଶନର । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲା 2 ଲକ୍ଷ ଟପି ସାରିଛି । ସେହିପରି ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି ।
ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ : ବିଏମ୍ସି କମିଶନର
Published:
Sep 25, 2020, 4:28 pm IST