ଝାରସୁଗୁଡା : କରୋନା ସଂକ୍ରମଣ ରୋକିବାକୁ ବ୍ୟବସାୟୀ ସଂଘ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ବାଣିଜ୍ୟ ସଂଘ ପକ୍ଷରୁ ବିଭିନ୍ନ ବଣିକ ସଂଘ ସହ ଆଲୋଚନା ହୋଇଛି । ଆଲୋଚନା କ୍ରମେ ସକାଳ 7ଟାରୁ ଦିନ 12ଟା ଯାଏ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଝାରସୁଗୁଡାରେ କରୋନା ମାମଲାରେ ବୃଦ୍ଧି ଘଟିଛି । ଝାରସୁଗୁଡାରେ ମୋଟ୍ସଂକ୍ରମିତଙ୍କ ସଂଖ୍ୟା 3 ହଜାର 991ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 2 ହଜାର 927 । ସେହିପରି ଏବେ ସୁଦ୍ଧା ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1063 ରହିଛି ।