ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୪୯୬ ଜଣ କଟକରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୮୩, ନୂଆପଡାରୁ ୧୭୯, ଝାରସୁଗୁଡାରୁ ୧୬୭, ବରଗଡରୁ ୧୭୪, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗିରିରୁ ୪୭, ନୟାଗଡରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲରୁ ୩୨୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ ୧ ଲକ୍ଷ ୬୫ ହଜାର ୪୩୨ ଜଣ କୋରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬ ଜଣ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୩୪ ହଜାର ୮୪୪ ଜଣ ଏବଂ କରୋନାରେ ୭୬୭ ଜଣ ମୃତ୍ୟୁବରଣ କରିଛନ୍ତି।
ରାଜ୍ୟରେ ଆଉ ସୁସ୍ଥ ହେଲେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ
Published:
Sep 25, 2020, 7:17 pm IST