Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା
ଆଜିର ଖବର

ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା

September 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Over 1 crore passengers travel by air since Resumption of domestic operations More than 1 lakh domestic flights operated since 25th may 2020 Number of people flying in a single day rises to 1,19,702

ନୂଆଦିଲ୍ଲୀ, ୨୫ ମେ ୨୦୨୦ରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ସମୁଦାୟ ୧,୦୮,୨୧୦ ବିମାନ ଚଳାଚଳ କରିଛି । ଏଥିରେ ଏକ କୋଟିରୁ ଅଧିକ ଲୋକ  ଯାତ୍ରା କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଘରୋଇ ବିମାନ ସେବା ବର୍ତ୍ତମାନ କ୍ରମଶଃ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରୁଛି । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଏହି ପ୍ରମୁଖ ସଫଳତା ହାସଲ କରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମନ୍ତ୍ର କହିଛନ୍ତି ଯେ, ସେପ୍ଟେମ୍ବର ୨୪, ୨୦୨୦ରେ ଗୋଟିଏ ଦିନରେ ଘରୋଇ ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା ୧,୧୯,୭୦୨ ଏବଂ ଫେରସ୍ତ ଯାତ୍ରୀଙ୍କ ସଂଖ୍ୟା ୧,୨୧,୧୨୬ ଥିଲା। ସେ ଆହୁରି କହିଥିଲେ ଯେ, ଏହି ସମୟ ମଧ୍ୟରେ ସମୁଦାୟ ପ୍ରସ୍ଥାନ ବିମାନ ସଂଖ୍ୟା ୧୩୯୩ ଥିବାବେଳେ ଆଗମନ ବିମାନ ସଂଖ୍ୟା ୧୩୯୪ ଥିଲା।

ଏହା ସହିତ ଗୋଟିଏ ଦିନରେ ମୋଟ ୨୭୮୭ ବିମାନ ଚଳାଚଳ କରିଥିଲା । ଏଥିସହ ଦେଶର ବିଭିନ୍ନ ବିମାନବନ୍ଦରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଦିନକୁ ୨,୪୦,୮୨୮ ରହିଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୫ ମାର୍ଚ୍ଚ ୨୦୨୦ରୁ ଘରୋଇ ବିମାନ ସମ୍ପୂର୍ଣ୍ଣ ରୂପେ ସ୍ଥଗିତ ରହିଥିଲା । ଦୁଇ ମାସ ପରେ ଅର୍ଥାତ ୨୫ ମଇ ୨୦୨୦ ଠାରୁ ଏଗୁଡିକ ପୁନଃ ଚଳାଚଳ କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.