
ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 356କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2529ଜଣ ଚିହ୍ନଟ ହୋଇଥିବାବେଳେ 1827ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 5ହଜାର452କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 65 ହଜାର 432 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 39ହଜାର184ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 767ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 4ହଜାର 356ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 902ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 197, ବାଲେଶ୍ବରରୁ 194, ବରଗଡରୁ 106 ଭଦ୍ରକରୁ 124, ବଲାଙ୍ଗିରରୁ 76, ବୌଦ୍ଧରୁ 49, କଟକରୁ 409, ଦେବଗଡରୁ 14, ଢେଙ୍କାନାଳରୁ 84, ଗଜପତିରୁ 20, ଗଞ୍ଜାମରୁ 62, ଜଗତସିଂହପୁରରୁ 171, ଯାଜପୁରରୁ 136, ଝାରସୁଗୁଡାରୁ 120, କଳାହାଣ୍ଡିରୁ 71, କନ୍ଧମାଳରୁ 91, କେନ୍ଦ୍ରାପଡାରୁ 119, କେଉଁଝରରୁ 55, କୋରାପୁଟରୁ 82, ମାଲକାନଗିରିରୁ 28, ମୟୂରଭଞ୍ଜରୁ 153, ନବରଙ୍ଗପୁରରୁ 58, ନୟାଗଡରୁ 51, ନୂଆପଡାରୁ 173, ପୁରୀରୁ 168, ରାୟଗଡାରୁ 121, ସମ୍ବଲପୁରରୁ 81, ସୋନପୁରରୁ 14, ସୁନ୍ଦରଗଡରୁ 101ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ 326ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।