ନୀତିଶ୍‌ଙ୍କୁ ଭେଟିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେ

Published: Sep 26, 2020, 3:19 pm IST

ବିହାର:  ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଶନିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ସେ ପାଟନାରେ ଥିବା ଜେଡିୟୁ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଗୁପ୍ତେଶ୍ବର ପାଣ୍ଡେ ରାଜନୀତିରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଥିବାବେଳେ ସେ ଜେଡିୟୁର ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ତେବେ ନୀତିଶ୍‌ଙ୍କ ସହ ସାକ୍ଷାତ ହେବା ପରେ ଗୁପ୍ତେଶ୍ବର ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି । ଡିଜିପି ଭାବରେ ତାଙ୍କ କର୍ତ୍ତବ୍ୟ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ୍‌ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି କହିଛନ୍ତି ପୂର୍ବତନ  ଡିଜିପି ।  ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ନେଇନଥିବାର କହିଛନ୍ତି ଶ୍ରୀ ପାଣ୍ଡେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ବେଷ୍ଟ ସିଏମ୍‌ ବୋଲି କହିଛନ୍ତି ଗୁପ୍ତେଶ୍ବର ପାଣ୍ଡେ । (ଏଜେନ୍ସି)

Related posts