
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୭୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଟକରୁ ସର୍ବାଧିକ ୫୪୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୮୯ ଜଣ, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭, କେନ୍ଦ୍ରାପଡାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ବରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରିରୁ ୬୮, ମାଲକାନାଗିରିରୁ ୬୩, ନୂଆପଡାରୁ ୪୯, ଭଦ୍ରକରୁ ୪୭, ଅନୁଗୁଳରୁ ୪୫, ଢେଙ୍କାନାଳରୁ ୪୪, ଗଞ୍ଜାମରୁ ୪୨, ଗଜପତିରୁ ୩୧, ବୌଦ୍ଧରୁ ୧୪, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲରୁ ୭୯ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ କୁ ବୃଦ୍ଧି ହୋଇଛି।