Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଅଭିଭାବକ ସଂଘର ଭାରତ ବନ୍ଦକୁ ସମର୍ଥନ ଦେବ ‘ପିପୁଲ ଫର ଦି ପବ୍ଲିକ୍’ ସଂଗଠନ
ଆଜିର ଖବର

ଭାରତ ଅଭିଭାବକ ସଂଘର ଭାରତ ବନ୍ଦକୁ ସମର୍ଥନ ଦେବ ‘ପିପୁଲ ଫର ଦି ପବ୍ଲିକ୍’ ସଂଗଠନ

September 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଦେଶରେ କୋଟି କୋଟି ଲୋକ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଦେଶରେ ଏହି ମହାମାରୀ ଯୋଗୁଁ ପାଖାପାଖି ୧ ଲକ୍ଷ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକଙ୍କ ଜୀବିକା ମଧ୍ୟ ଚାଲିଗଲାଣି। ଏହି ସମୟରେ କରୋନା ମୃତ୍ୟୁ ଠାରୁ ଅଧିକ ବିପଦ ହୋଇ ଠିଆ ହୋଇଛି ବେରୋଜଗାର। ବର୍ତ୍ତମାନ ନିଜ ପରିବାର ମୁହଁରେ ମୁଠାଏ ଦାନା ଯୋଗାଇବା ପାଇଁ ଲୋକେ ଅସମର୍ଥ  ହୋଇପଡିଛନ୍ତି। ଏହାସହିତ ଦେଶରେ କେତେ ଲୋକ ଆତ୍ମହତ୍ୟା କରୁଥିବା ଖବର ଶୁଣିବାକୁ ମିଳୁଛି।

ସେହିପରି ଏହି ସମୟରେ ନିଜ ପିଲାଙ୍କୁ ପାଠ ପଢାଇବା ପାଇଁ ଲୋକଙ୍କ ସାମ୍ନାରେ ଆଉ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। କେତେକ ବେସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ବିଦ୍ୟାଳୟମାନେ ଅଭିଭାବକ ମାନଙ୍କ ଉପରେ ବିଦ୍ୟାଳୟ ପରିସରରେ ଚାଲୁ ରହିଥିବା ଶ୍ରେଣୀ ସଦୃଶ ବାର୍ଷିକ ଦେୟ ପୈଠ କରିବା ପାଇଁ ଅହେତୁକ ଚାପ ପ୍ରୟୋଗ କରୁଛନ୍ତି।

ଉକ୍ତ ବିଦ୍ୟାଳୟମାନଙ୍କୁ ପରିଚାଳନା ନିମନ୍ତେ ଦେଶରେ କୈାଣସି ନିତିନିୟମ କିମ୍ବା ନିୟାମକ ଆୟୋଗ ପ୍ରତିଷ୍ଠା ହୋଇନାହିଁ। ତେଣୁ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ସମସ୍ତ ଅଭିଭାବକ ସଂଘକୁ ନେଇ ଗଠିତ ଭାରତ ଅଭିଭାବକ ସଂଘ ଦ୍ଵାରା ଆସନ୍ତା ୨୮ ସେପ୍ଟେମ୍ବର ୨୦୨୦ ତାରିଖ ଦିନ ବାସ୍ତବିକ ଭାରତ ବନ୍ଦ (Virtual Bharat Bandh) କରିବା ଡାକରା ଦେଇଛନ୍ତି। ଅଭିଭାବକମାନଙ୍କ କଲ୍ୟାଣ ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହି ସଂଘ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ କିଛି ପ୍ରସ୍ତାବ ପ୍ରଦାନ କରିଛି। ସେହି ପ୍ରସ୍ତାବଗୁଡିକ ହେଉଛି (୧) ନୋ ସ୍କୁଲ ନୋ ଫିସ; (୨) ଅନଲାଇନ ଶ୍ରେଣୀ ପାଇଁ ଅନଲାଇନ ଫିସ; ଏବଂ (୩) ବିଦ୍ୟାଳୟ ନିୟାମକ ଆୟୋଗ ଗଠନ।

ତେବେ ଉକ୍ତ ବନ୍ଦ ଡାକରାକୁ ପିପୁଲ ଫର ଦି ପବ୍ଲିକ୍, ବ୍ରହ୍ମପୁର ତରଫରୁ ପୁର୍ଣ୍ଣ ସହଯୋଗ ପାଇଁ ଘୋଷଣା କରାଯାଇଛି। ସଂଗଠନର ସଭାପତି ଆଇନଜୀବୀ ଡଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ସଦସ୍ୟା ଅଞ୍ଜଳି ମହାନ୍ତି, ଦିନେଶ ପଟନାୟକ, କପିଲ୍ ପାଢି, ଅସିତ ପଣ୍ଡା, ଡଃ ସୈ।ମେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବାସ୍ତବିକ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପିପୁଲ ଫର ଦି ପବ୍ଲିକ୍
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ହୀରାକୁଦରେ ଉଦଘାଟିତ ହେଲା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’

October 3, 2025

ପାହାଡ ଧସିବା ନେଇ ଆଇଆଇଟି ଭୁବନେଶ୍ୱରର ବଡ ଗବେଷଣା, ପାର୍ବତ୍ୟ ଅଞ୍ଚଳର ଛୋଟ ଜଳାଶୟ ମୁଖ୍ୟ କାରଣ

October 3, 2025

ଆଜି ୧୦,୦୦୦ ଲେଖାଏଁ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ମୁଖ୍ୟମନ୍ତ୍ରୀ କରିବେ ପ୍ରଦାନ

October 3, 2025
Latest News

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ହୀରାକୁଦରେ ଉଦଘାଟିତ ହେଲା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’

October 3, 2025

ପାହାଡ ଧସିବା ନେଇ ଆଇଆଇଟି ଭୁବନେଶ୍ୱରର ବଡ ଗବେଷଣା, ପାର୍ବତ୍ୟ ଅଞ୍ଚଳର ଛୋଟ ଜଳାଶୟ ମୁଖ୍ୟ କାରଣ

October 3, 2025

ଆଜି ୧୦,୦୦୦ ଲେଖାଏଁ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ମୁଖ୍ୟମନ୍ତ୍ରୀ କରିବେ ପ୍ରଦାନ

October 3, 2025

ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେଙ୍କ ଗୀତକୁ ଏଆଇ ବ୍ୟବହାର କରି ବ୍ୟବସାୟ, ନିଷେଧ କଲେ କୋର୍ଟ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.