
ନୂଆଦିଲ୍ଲୀ: ଦିନକରେ ୮୨ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୯ ଜଣ ମୃତ୍ୟୁବରଣ କରଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ଲକ୍ଷ ୭୪ ହଜାର ୭୦୩ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ ରେ ପହଞ୍ଚିଛି। ତେବେ ମୋଟ ସକ୍ରିୟ ଆକ୍ରଙ୍କଙ୍କ ସଂଖ୍ୟା ୯ ଲକ୍ଷ ୬୨ ହଜାର ୬୪୦ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୬ ହଜାର ୫୨୦ ରହିଛି।